
ଆପଣ ନିଜେ ଅନ୍ୱେଷଣ ଏବଂ ଅନୁସନ୍ଧାନ କରି, ଟଙ୍କା ଲୁଟୁ ଥିବା ଠକ, ଦୁର୍ନୀତିଗ୍ରସ୍ତ ନିଯୁକ୍ତିଦାତା ଙ୍କ ଠାରୁ ନିଜକୁ ସୁରକ୍ଷିତ ରଖି, କୌଣସି ମାୟା ଜାଲ ରେ ନ ଫସି ବୁଦ୍ଧି ବିବେକ ର ସହ ଜବ୍ ଆପ୍ଲାଏ କରିବା ପାଇଁ ବୈଧାନିକ ସତର୍କତା ଅବଲମ୍ବନ କରନ୍ତୁ
ସେମାନଙ୍କୁ ଆଗୁଆ ଟଙ୍କା ଦିଅନ୍ତୁ ନାହିଁ, ସର୍ବଦା ସେମାନଙ୍କୁ ଆପଣଙ୍କ ମାସିକ ଦରମାରୁ ମାସିକ କିସ୍ତିରେ ୧୦% ହାରରେ ସେମାନଙ୍କ ପ୍ରୋସେସିଂ ଫି କାଟିବାକୁ କୁହନ୍ତୁ
ଯଦି ଆପଣ କୌଣସି ଏକ ଇଣ୍ଟରଭ୍ୟୁରେ ନିଜ କୁ ଅସୁରକ୍ଷିତ କିମ୍ବା ବିପଦ ଅନୁଭବ କରନ୍ତି ତେବେ ସତର୍କ ରୁହନ୍ତୁ ଏବଂ ଆପଣଙ୍କର ବ୍ୟକ୍ତିଗତ ସୁରକ୍ଷା ନିଶ୍ଚିତ କରନ୍ତୁ
ଅଫିସ ଟାଇମ ବାହାରେ କିମ୍ବା ଜନବହୁଳ ସ୍ଥାନ ରୁ ଦୂର ରେ, ଅପ୍ରୀତିକର, ଅସ୍ୱାସ୍ଥ୍ୟକର ପରିବେଶରେ ଯଦି କୌଣସି ଇଣ୍ଟରଭ୍ୟୁଅର ଆପଣଙ୍କୁ ବ୍ୟକ୍ତିଗତ ସାକ୍ଷାତକାର ନିମନ୍ତେ ଡାକୁଛନ୍ତି, ତେବେ ଏପରି ସନ୍ଦେହ ଜନକ ସିଚୁଏସନ ରୁ ଦୂରେଇ ରୁହନ୍ତୁ ଏବଂ ତାଙ୍କୁ ଅନୁରୋଧ କରନ୍ତୁ ଅଫିସ ଟାଇମ ରେ ଅଫିସ ପ୍ରେମିସେସ ରେ ମିଟିଂ ସ୍କିଡ୍ୟୁଲ କରିବା ପାଇଁ
ଯଦି ଆପଣ ଭୁଲ ବଶତଃ ଏକ ଅପ୍ରୀତିକର ଇଣ୍ଟରଭ୍ୟୁରେ ପହଂଚି ଯାଇଛନ୍ତି ( ବିଳମ୍ବିତ ରାତି, ଅଶୁଭ ପରିବେଶ, ଅସଭ୍ୟ ସ୍ଥାନ, ଇଣ୍ଟରଭ୍ୟୁଅର ଙ୍କର ଅପ୍ରୀତିକର ଆଭିମୁଖ୍ୟ, ଏରଗୋନୋମିକ୍ ଅବ୍ୟବସ୍ଥା ) ତେବେ ପ୍ରଥମେ ନିଜକୁ ରକ୍ଷା କରିବା ପାଇଁ ଅତ୍ୟଧିକ ସଜାଗ ରୁହନ୍ତୁ
ଦୁର୍ନୀତି ଏବଂ ଶୋଷଣ ରୁ ବଞ୍ଚିବା ପାଇଁ ଅରିଜିନାଲ ସାର୍ଟିଫିକେଟ କେଉଁଠି ବି ଡ଼ିପୋଜିଟ ଦେବେନି, ସାଦା କାଗଜ ରେ କୋଉଠି ବି ଦସ୍ତଖତ କରିବେନି, ଆପଏନମେଣ୍ଟ ଲେଟର ଏବଂ ସ୍ୟାଲେରୀ ସ୍ଲିପ ନିଶ୍ଚୟ ସଂରକ୍ଷିତ କରି ରଖିବେ, ସ୍ୟାଲେରୀ ସବୁବେଳେ ବ୍ୟାଙ୍କ ଟ୍ରାନ୍ସଆକ୍ସନ ମାଧ୍ୟମରେ ହିଁ ନେବେ, ସମସ୍ତ ଜରୁରୀ ଅଫିସ କମ୍ୟୁନିକେସନ ର ଲିଖିତ କିମ୍ବା ଇମେଲ ରେ ପ୍ରମାଣ ନିଶ୍ଚୟ ସଂଚିତ କରି ରଖିବେ, କବେବି ଉପର ଅଧିକାରୀ ଙ୍କ ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ, ଚାକିରୀ ରେ ନିଜ ଅଧିକାର ଗୁଡିକର ସମ୍ପୂର୍ଣ ଜାନକାରୀ ରଖିବା ବହୁତ ଜରୁରୀ