
ଏକ ଅସଙ୍ଗଠିତ କ୍ଷେତ୍ରର ଚୟନ ପ୍ରକ୍ରିୟା ଏକ ସଙ୍ଗଠିତ କ୍ଷେତ୍ରର ଚୟନ ପ୍ରକ୍ରିୟା ଠାରୁ ଭିନ୍ନ, ଶିକ୍ଷାଗତ ଯୋଗ୍ୟତା ( Eligibility ) ଅପେକ୍ଷା କାର୍ଯ୍ୟ କୁଶଳତା ( Employ-ability ) ଅଧିକ ଗୁରୁତ୍ୱପୂର୍ଣ୍ଣ, "ଆପଣ କ’ଣ" ଅପେକ୍ଷା ଇଣ୍ଟରଭ୍ୟୁ ସମୟରେ ଆପଣ ନିଜକୁ ବିକ୍ରୟ କରିପାରିବା ର କୌଶଳ ଏବଂ କ୍ଷମତା ଗୁରୁତ୍ୱପୂର୍ଣ୍ଣ
ଆପଣ ଙ୍କ ଡ୍ରିମ ଜବ୍ କେବେ ବି ବାଇଚାନ୍ସ ମିଳେନି, ଏହା ପାଇଁ ଏକ ଯୋଜନାବଦ୍ଧ ପ୍ରସ୍ତୁତି, ନିଷ୍ଠା ର ସହ ଉଦ୍ୟମ, ନିରନ୍ତର ଚେଷ୍ଠା ଏବଂ ଉତ୍କୃଷ୍ଟ କଳା କୌଶଳ ଭିତ୍ତିକ ଯୋଗ୍ୟତା ଆବଶ୍ୟକ, ସର୍ବଦା ମୂଲ୍ୟବାନ ମୁଦ୍ରାରେ ରୋଜଗାର କରିବା ଏବଂ ଏହା ର ବିପରୀତ ଶସ୍ତା ମୁଦ୍ରାରେ ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖନ୍ତୁ
ଏପରି ଏକ ରୋଜଗାର ପନ୍ଥା ଖୋଜନ୍ତୁ, ଯାହା ଦ୍ୱାରା ଆପଣ ଚେଇଁ ଥିବା ବେଳେ ରୋଜଗାର କରିବା ସହିତ ଆପଣ ଶୋଇଥିବା ବେଳେ ମଧ୍ୟ ଆପଣଙ୍କ ପାଇଁ ରୋଜଗାର ଜାରି ରଖୁଥିବ, କ୍ୟାରିୟରରେ ଆପଣ ଙ୍କର ଶେଷ ଚାକିରି ପାଇଁ ସର୍ବଦା ପ୍ରସ୍ତୁତ ହୁଅନ୍ତୁ, ତା’ହେଲେ ଆପଣ ସର୍ବଦା ପରବର୍ତ୍ତୀ ଚାକିରି ପାଇଁ ବହୁ ମୂଲ୍ୟବାନ ହେଇ ପାରିବେ
ଚାକିରି ଟିଏ ଖୋଜି ପାଇବା ଅପେକ୍ଷା ସ୍ଥାୟୀ ରୂପେ ଚାକିରି କରିଚାଲିବା ଅଧିକ ଚ୍ୟାଲେଞ୍ଜ ଅଟେ, ଆପଣଙ୍କ ଅଜଣାତ ରେ ଆପଣଙ୍କର ବ୍ୟବହାର, ଆଚରଣ, ଶିଷ୍ଟାଚାର, କାର୍ଯ୍ୟଦକ୍ଷତା ଏବଂ ହାବଭାବ ଗୁଡ଼ିକ ଏକ ପରିକଳ୍ପିତ ଆଦର୍ଶ କର୍ମଚାରୀ ର ଗୁଣ ସହ ସର୍ବଦା ତୁଳନା କରାଯାଉଥାଏ
କମ୍ପାନୀ ରେ କର୍ମଚାରୀ ମାନଙ୍କୁ ସେମାନଙ୍କ ଦକ୍ଷତା ଏବଂ ଇଛା, ଊସ୍ଛାହ ଶକ୍ତି କୁ ଆଧାର କରି ଚାରି ସ୍ତର ରେ ବିବେଚନା କରାଯାଏ ( ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ ) , ସବୁବେଳେ ଉଚ୍ଚ କୁଶଳୀ ସ୍ତର ରେ ନିଜକୁ ରଖିବାକୁ ଚେଷ୍ଟା ଏବଂ ଉଦ୍ୟମ କରନ୍ତୁ
ଇଣ୍ଡିଆନ ଇଂଲିଶ ରେ କଥା ହେବା ପାଇଁ ଆପଣ Sadhguru Jaggi Vasudev, BK Shivani ଙ୍କ ଆକସେଣ୍ଟ କୁ ଅନୁସରଣ କରି ପାରନ୍ତି, ହିନ୍ଦୀ ରେ କଥା ହେବା ପାଇଁ ଆପଣ Dr Kumar Vishwas, Dr. Vikas Divyakirti ଏବଂ Sandeep Maheshwari ଙ୍କ ଆକସେଣ୍ଟ କୁ ଅନୁସରଣ କରି ପାରିବେ