
ଆପଣଙ୍କର ସ୍କିଲ ସେଟ୍ ର ବିଭିନ୍ନ ଜବ୍ ପୋର୍ଟାଲ ରେ ସର୍ଚ୍ଚ କରି ସେହି ସବୁ ଚାକିରି ରୁ ପଦବୀ ଏବଂ ଦାୟିତ୍ ଗୁଡିକ ଏକ ନୋଟ୍ ପ୍ୟାଡରେ କପି କରି ରଖନ୍ତୁ, ସେହି ଦାୟିତ୍ୱ ଗୁଡ଼ିକ ପଢ଼ି ଦେଖନ୍ତୁ, ଯେଉଁ କାମ ଗୁଡ଼ିକ ଆପଣ ଜାଣି ନାହାନ୍ତି ତାହା ବିଷୟ ରେ ଇଣ୍ଟରନେଟ ରୁ ଟ୍ୟୁଟୋରିଆଲ୍, ଭିଡିଓ ଏବଂ ଷ୍ଟଡି ମ୍ୟାଟେରିଆଲ ଖୋଜି ଡାଉନଲୋଡ଼ କରି ପ୍ରସ୍ତୁତି ଆରମ୍ଭ କରନ୍ତୁ
ଏକ ତିନି ମାସିଆ ଡିଟେଲ ଷ୍ଟଡି ପ୍ଲାନ କରି ଡୋମେନ୍ ଏବଂ ବିଷୟବସ୍ତୁ ଏକ୍ସପର୍ଟ, ଆପଣ ଙ୍କ ପରି ସମାନ ଡିଗ୍ରୀ ଏବଂ ସ୍କିଲ ସେଟ୍ ଧାରୀ ଚାକିରୀ କରୁଥିବା ଲୋକ ( ପ୍ରାୟତଃ ଆପଣଙ୍କର ଏକାଡେମିକ୍ ସିନିୟର), ସୋସିଆଲ ନେଟୱାର୍କ ସମ୍ପର୍କ, ଏକ୍ସପେରିଏନ୍ସ ଲୋକ ତଥା ଏବଂ କୋଚିଂ ସେଣ୍ଟରଗୁଡ଼ିକ ଙ୍କ ସହିତ ପରାମର୍ଶ କରନ୍ତୁ, ଡୋମେନ, ପ୍ରୋସେସ ଏବଂ ଟେକ୍ନୋଲୋଜି, ଏହି ତିନୋଟି ପରିମାପ ରେ ନିଜକୁ ପ୍ରସ୍ତୁତ କରନ୍ତୁ
ପଢ଼ାପଢ଼ି ଏବଂ ପ୍ରସ୍ତୁତି ସମୟ ରେ ପ୍ରାକ୍ଟିକାଲ କରିବା ପାଇଁ ଟୁଲସ, ଟେକନିକ, ଭରଚୁଆଲ ଲ୍ୟାବ ଉପଯୋଗ କରି ଭଲ ଭାବେ ଅଭ୍ୟାସ କରନ୍ତୁ
ନିଜ ଜଣାତ ରେ ଯଦି କେହି ବଡ଼ ସିକ୍ସ ସିଗମା / ସିଏମ୍ଏମ୍ ସ୍ତରର ପ୍ରଡକ୍ଟ କିମ୍ବା ସର୍ଭିସେସ କମ୍ପାନୀ ରେ ମ୍ୟାନୁଫ୍ୟାକଚରିଂ, ପ୍ଳାନିଂ, ଇଣ୍ଡିଗ୍ରେସନ, କ୍ଵାଲିଟୀ, ସର୍ଭର ଆଡମିନିଷ୍ଟ୍ରେଟର, ଇନଫ୍ରାଷ୍ଟ୍ରକ୍ଚର, ନେଟୱର୍କ ଆଡମିନ, ଷ୍ଟୋରେଜ୍ ଟିମ୍, ମାର୍କେଟିଂ, ଏଚ ଆର, ଆଡମିନି, ପେରୋଲ, ଆକାଉଣ୍ଟସ୍. ତାଙ୍କ ସହିତ ପରାମର୍ଶ କରନ୍ତୁ, ଡୋମେନ, ପ୍ରୋସେସ ଏବଂ ଟେକ୍ନୋଲୋଜି, ଏହି ତିନୋଟି ପରିମାପ ରେ ପଢ଼ାପଢ଼ି କରି ନିଜକୁ ପ୍ରସ୍ତୁତ କରନ୍ତୁ
କର୍ପୋରେଟ୍ ଆଡମିନିଷ୍ଟ୍ରେଟର ବିଭାଗୀୟ କାର୍ଯ୍ୟ ବିଷୟରେ କାର୍ଯ୍ୟରତ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଜାଣିଛନ୍ତି ତେବେ ତାଙ୍କୁ ସେମାନଙ୍କର କମ୍ପାନୀ ପ୍ରୋଫାଇଲ୍, ପ୍ରଡକ୍ଟ ଡିଟେଲ, ପ୍ରୋସେସ, ଅପରେସନ, ଡେଲିଭେରୀ, ରିସ୍କ ମିଟିଗେସନ, ପିପୁଲ ମ୍ୟନେଜ୍ମେଣ୍ଟ, ସପୋର୍ଟ ସିଷ୍ଟମ୍, କ୍ଲାଏଣ୍ଟ ହ୍ୟାଣ୍ଡଲିଙ୍ଗ ଟ୍ରିକ୍ସ ଇତ୍ୟାଦି ଟାକଟିକାଲ, ସ୍ଟ୍ରାଟେଜିକ ଏବଂ ଡିପ୍ଲୋମାଟିକ ରଣନୀତି ବିବରଣୀ ଆଲୋଚନା କରନ୍ତୁ