
ଜବ୍ ପୋର୍ଟାଲ, କମ୍ପାନୀ କ୍ୟାରିୟର ସାଇଟ୍, ସୋସିଆଲ୍ ନେଟୱାର୍କ ଏବଂ ଅନ୍ୟାନ୍ୟ ଉତ୍ସରୁ ଜବ୍ ସର୍ଚ୍ଚ କରିବା ସହ ଜବ୍ ଡେସକ୍ରିପସନ ରୁ ଇମେଲ ଆଇଡି ଏବଂ ଯୋଗାଯୋଗ ନମ୍ବର ଖୋଜି ବାହାର କରନ୍ତୁ, ନିଜର ଟପ ୨୦ ଟି ଡ୍ରିମ କମ୍ପାନୀର ଏକ ତାଲିକା ପ୍ରସ୍ତୁତ କରନ୍ତୁ, linkedin ରେ ସେହି କମ୍ପାନୀ ମାନଙ୍କ ର ରିକୃୱିଟମେଣ୍ଟ ରିଲେଟେଡ ଲୋକ ମାନଙ୍କର ଇଣ୍ଟରନେଟ ରୁ କର୍ପୋରେଟ୍ ଇମେଲ୍ ଫର୍ମାଟ୍ ରେଫର୍ କରି ସେମାନଙ୍କର ମେଲ୍ ଆଇଡି ଫ୍ରେମ୍ କରନ୍ତୁ,
Lusha, SalesQL, getprospectsIO, hunter.io ପରି ସଫ୍ଟୱେୟାର ଦ୍ୱାରା ସେମାନଙ୍କର ଇମେଲ ଏବଂ ଯୋଗାଯୋଗ ନମ୍ବର ଖୋଜି ବାହାର କରନ୍ତୁ, ନିଜର ଟପ ୨୦ ଟି ଡ୍ରିମ କମ୍ପାନୀଗୁଡିକର ଜଣେ ସାଙ୍ଗ ଙ୍କୁ ସେମାନଙ୍କର ଇଂଟରନାଲ ପୋର୍ଟାଲ୍ ରୁ ସମସ୍ତ ରିକୃୱିଟମେଣ୍ଟ ରିଲେଟେଡ ଲୋକଙ୍କ ର ସେହି କମ୍ପାନୀର ଆଭ୍ୟନ୍ତରୀଣ ସାଇଟରୁ ମେଲ୍ ଆଇଡି ଏବଂ ଯୋଗାଯୋଗ ନମ୍ବର ବାହାର କରି ଫରୱାର୍ଡ଼ କରିବାକୁ କୁହନ୍ତୁ
ଆପଣ ସମସ୍ତ ନିଉଜ ପେପର କୁ ସବୁ ଦିନ ଭଲ ଭାବେ ଚେକ କରନ୍ତୁ, ସେଥିରୁ ବହୁତ ଲୋକାଲ ଜବ୍ ଓପନିଂ ବିଷୟରେ ଜଣା ପଡ଼ିବ, ଓଡ଼ିଶା ଭିତରେ ଚାକିରୀ ଖୋଜିବା ପାଇଁ https://www.nuaodisha.com ଏବଂ ଏହିପରି ଅନ୍ୟାନ୍ୟ ୱେବ ସାଇଟ ରେ ସବୁଦିନ ନିଶ୍ଚୟ ଚେକ କରନ୍ତୁ
ଆପଣଙ୍କର ଫେସବୁକ୍ ଆକାଉଣ୍ଟ ଓପନ କରନ୍ତୁ ଏବଂ ସର୍ଚ୍ଚ ବକ୍ସ ରେ "Jobs" ଲେଖି କାଟାଗୋରି ଗ୍ରୁପ ସିଲେକ୍ଟ କରି ସର୍ଚ୍ଚ କରନ୍ତୁ, ସବୁ "Jobs" ଗ୍ରୁପ ର ସଦସ୍ୟ ହୁଅନ୍ତୁ, ଏ ସବୁ ଥିରୁ ଆପଣ ଅନେକ ଚାକିରି ବିଷୟ ରେ ଜାଣି ପାରିବେ ଏବଂ ଫେସବୁକ୍ ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ସେମାନଙ୍କ ସହିତ ଯୋଗାଯୋଗ କରି ଆବେଦନ କରିପାରିବେ
ପ୍ରତି ବଡ଼ ବଡ଼ ସହର ମାନଙ୍କ ରେ ଓଡ଼ିଆ ଭାଷୀ ଲୋକ ମାନଙ୍କ ର ସାଂସ୍କୃତିକ ସଙ୍ଗଠନ, ଜଗନ୍ନାଥ ମନ୍ଦିର ଏବଂ ପ୍ରବାସୀ ଓଡ଼ିଆ ଏକତ୍ରୀକରଣ ସଂସ୍ଥା ଥାଏ, ଆପଣ ସେପରି ସଙ୍ଗଠନ ର ଗଣ୍ୟମାନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱ ଙ୍କ ସହ ଯୋଗାଯୋଗ କରନ୍ତୁ, ସେମାନେ ଆପଣ ଙ୍କୁ ତାଙ୍କ ନେଟୱର୍କ ରେ ସଂଯୋଗ କରି ଦେବେ ଏବଂ ଆପଣ ସେହି ନେଟୱର୍କ ରୁ ବହୁତ ଲୋକାଲ ଜବ୍ ଓପନିଂ ବିଷୟରେ ଜଣା ପଡ଼ିବ