ଏକ ପ୍ରଭାବଶାଳୀ ରିଜ୍ୟୁମ୍, କଭର୍ ଲେଟର୍ ଏବଂ ସବ୍ଜେକ୍ଟ ଲାଇନ୍ କିପରି ଲେଖିବେ

ମାଇକ୍ରୋସଫ୍ଟ ୱର୍ଡ଼ ରେ ସିଭି କିମ୍ବା ଭିଜୁଆଲ୍ ରିଜ୍ୟୁମ୍ ହେଉ, ସର୍ବାଧିକ ଦୁଇ ପୃଷ୍ଠା କିମ୍ବା ଦୁଇ ମିନିଟ ର, ହ୍ବାଇଟ ବ୍ୟାକଗ୍ରାଉଣ୍ଡ ଏବଂ ପରିଷ୍କାର ହେବା ଉଚିତ, ନିର୍ଦିଷ୍ଟ ପାର୍ଟିକୁଲାର ଚାକିରୀ ପାଇଁ ପାର୍ଟିକୁଲାର ସ୍ପେସିଫିକ ରିଜ୍ୟୁମ୍ ହେବା ଉଚିତ, ଜବ୍ ଡେସକ୍ରିପସନ ର ମୁଖ୍ୟ ଶବ୍ଦଗୁଡ଼ିକୁ ପ୍ରତିଫଳିତ କରୁଥିବା ରିଜ୍ୟୁମ୍ ହେଲେ ତାହା ଅଟୋମେଟିକ ଆପ୍ଲିକେସନ ଟ୍ରାକିଂ ସିଷ୍ଟମ ମାଧ୍ୟମରେ ସିଲେକ୍ଟ ହେଇ ପାରିବ, କେବଳ ମୂଲ୍ୟବାନ ସ୍କିଲ ଗୁଡ଼ିକ ଲେଖନ୍ତୁ ଯାହା ଅନ୍ୟ ସମସ୍ତ ସହ-ଆବେଦନକାରୀଙ୍କ ମଧ୍ୟରେ ଆପଣଙ୍କୁ ରିଜ୍ୟୁମ୍ କୁ ସ୍ପେସିଆଲ କରାଉଥିବ ଏବଂ ଯାହା ନିଯୁକ୍ତିଦାତାଙ୍କ ନିମନ୍ତେ ଉପାଦେୟ ହୋଇଥିବ

ଆପଣ ନିଜର ଏକ ପ୍ରଭାବଶାଳୀ ଅନଲାଇନ ପ୍ରୋଫାଇଲ ଟିଏ ପ୍ରସ୍ତୁତ କରନ୍ତୁ ( site.google.com ) ରେ. ନିଜର ଏକ ଛୋଟିଆ ସହଜ ରେ ମନେ ରହିପାରୁଥିଆ ପ୍ରଫେସନାଲ ଇମେଲ ଆଇଡି ଟିଏ କରନ୍ତୁ, ନିଜ ଇମେଲ ରେ ପ୍ରଫେସନାଲ ଅଟୋ ରେସ୍ପନ୍ସ ଏବଂ ମୋବାଇଲ ରେ ଅଟୋ ଭଏସ ମେସେଜ ଟିଏ ରଖନ୍ତୁ "Hi, This is Siba here. I am unable to pick your call right now. Kindly leave your name and message and I will call you back soon"

ସବୁଠାରୁ ସଫଳ କର୍ମଚାରୀ ଏବଂ ଅଧିକାରୀ ମାନେ କିପରି ଭାବରେ ନିଜ ରିଜ୍ୟୁମ୍ ରେ ନିଜ କୁ ବୃତ୍ତିଗତ ଭାବରେ ପ୍ରତିଫଳିତ କରନ୍ତି, ସେମାନଙ୍କର ଫର୍ମାଟ୍ ଏବଂ ପ୍ରବାହକୁ ଅନୁସରଣ କରନ୍ତୁ, ଅତିରିକ୍ତ ସୂଚନା, ସାର୍ଟିଫିକେଟ୍ (ଏକାଡେମିକ୍, ପ୍ରଫେସନାଲ୍, ଏକ୍ସଟ୍ରାକରିକୁଳାର ଇତ୍ୟାଦି) ର ବାହ୍ୟ ଲିଙ୍କ୍ କୁ ରିଜ୍ୟୁମ୍ ରେ ରଖନ୍ତୁ

ନିଜକୁ ସର୍ବୋତ୍ତମ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ ବ୍ରାଣ୍ଡିଙ୍ଗ କରିବା ପାଇଁ ଆପଣଙ୍କର ସବ୍ଜେକ୍ଟ ଲାଇନ ଏତେ ପ୍ରଭାବଶାଳୀ ହେବା ଉଚିତ ଯେ, ଇମେଲ ପ୍ରାପ୍ତକର୍ତ୍ତା ଆଗ୍ରହୀ ହୋଇ ଆପଣଙ୍କର କଭର ଲେଟର ଏବଂ ସିଭି ଖୋଲିବାକୁ ଉତ୍ସାହିତ ହେବେ, ଦଶଟି ଶବ୍ଦ ଭିତରେ ନିଜ ସବ୍ଜେକ୍ଟ ଲାଇନ ଡିଜାଇନ୍ କରନ୍ତୁ ଯେଉଁଥିରେ ଆପଣଙ୍କର ସ୍କିଲ, ଅଭିଜ୍ଞତା, ଯୋଗାଯୋଗ ନମ୍ବର ଏବଂ କିଛି ଆଖିଦୃଶିଆ ପ୍ରମୁଖ ଶବ୍ଦ ଉଲ୍ଲେଖ କରନ୍ତୁ

କଭର ଲେଟର ସର୍ବାଧିକ ଦୁଇରୁ ତିନୋଟି ଲାଇନ୍ ର ହେବା ଉଚିତ, ପୁନର୍ବାର ଆଖିଦୃଶିଆ ମୁଖ୍ୟ ଶବ୍ଦ ଉପରେ ଗୁରୁତ୍ୱ ଦିଅନ୍ତୁ (“Open to relocate”, "Immediate available", "Flex work timing", "Salary Negotiable", “Open to travel” ), ସାର୍ / ମ୍ୟାଡାମ ନ କହି କେବଳ ହାଏ କିମ୍ବା ହେଲୋ କିମ୍ବା ଗୁଡ଼ ମର୍ନିଙ୍ଗ ଇତ୍ୟାଦି କହି ସମ୍ବୋଧନ କରନ୍ତୁ

I BUILT MY SITE FOR FREE USING